*ମୋ ଭାବନା*
ଏହା ସତ୍ୟଯୁଗ ନୁହେଁ ତ ଆଉ କଣ ?
-----------------------------------
ନା Sunday ଯିବାର ଚିନ୍ତା
ନା Monday ଆସିବାର ଭୟ
ନା ଟଙ୍କା ରୋଜଗାର କରିବାର ମୋହ
ନା ଖର୍ଚ୍ଚ କରିବାର ଇଚ୍ଛା
ନା ହୋଟେଲରେ ଖାଇବାର ଖୁସି
ନା ବୁଲିଯିବା ର ମଜା
ନା ସୁନା ରୁପା କିଣିବା ର ଲାଳସା
ନା shopping କରିବାର ଲୋଭ
ନା ଭଲ ଲୁଗାପଟା ପିନ୍ଧିବାର excitement
ନା ଭଲସେ ସଜବାଜ ହେଇ ବାହାରିବାର ଉତ୍ସାହ
*ତ ଆମେ* *କଣ ମୋକ୍ଷ ର* *ଦ୍ଵାରଦେଶରେ ପହଞ୍ଚି ଗଲେ କି*
ସତରେ କଣ କଳିଯୁଗ ସମାପ୍ତ ହୋଇ ସତ୍ୟଯୁଗ ଆସିଗଲା କି ???
👇
ମୃଗତୃଷ୍ଣା ପ୍ରାୟ ଧାଁଦୌଡ଼ ଜୀବନ ସମାପ୍ତି
ଈର୍ଷ୍ୟା, ଲୋଭ, ଅହଙ୍କାର ଗୁଣ ଶେଷ ହୋଇଛି
ସାଧାରଣ ଜୀବନଯାପନ= ସମସ୍ତେ ଭାତ ଡାଲି ଖାଉଛନ୍ତି
ସମାନତା ଆସିଗଲା = ଘରେ କୌଣସି ଚାକର ଚାକରାଣୀ ନାହାନ୍ତି, ସମସ୍ତ ମିଳିମିଶି କାମ କରୁଛନ୍ତି ।
କେହି ଦାମୀକା ଲୁଗା ପଟା ପିନ୍ଧୁଚି ନା କେହି ବୋଝେ ଅଳଙ୍କାର ଲଦି ହେଇକି ସଜେଇ ହେଉଛି ।
ଲୋକେ ପରସ୍ପର କୁ ସାହାଯ୍ୟ ସହଯୋଗ କରୁଛନ୍ତି ।
ସମସ୍ତଙ୍କର ଅହଙ୍କାର ଶାନ୍ତ ପଡ଼ିଗଲା
ଲୋକେ ନିଜ ସାମର୍ଥ୍ୟରେ ଦାନଧର୍ମ କରୁଛନ୍ତି ।
ବାହାରେ ରହୁଥିବା ସବୁ ଆତ୍ମୀୟ ସ୍ଵଜନ (ପୁଅଝିଅ)ଆସି ସାଙ୍ଗରେ ରହୁଛନ୍ତି ।
ପଶୁପକ୍ଷୀ ନିର୍ଭୟରେ ବିଚରଣ କରୁଛନ୍ତି ।
ଘରେ ପୂଜାପାଠ କରୁଛନ୍ତି, ଠାକୁରଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।
ସକାରାତ୍ମକ ଚିନ୍ତାଧାରା ମନକୁ ଆସୁଛି ଯେ ସବୁକିଛି *ଠିକ ହେବ*
ଏହା ସତ୍ୟଯୁଗ ନୁହେଁ ତ ଆଉ କଣ ?
msz
Reviewed by Jay jagannath group
on
April 08, 2020
Rating:
