test

Who is Hindu? ହିନ୍ଦୁ କିଏ?

Who is Hindu ସଂକ୍ଷେପରେ ହିନ୍ଦୁ ଧର୍ମ  :- ସ୍ବପ୍ନାନୁଭୂତି  ଜଗନ୍ନାଥ (କିଛି ଜଣା କିଛି ଅଜଣା) Story Of Jagannath Culture . Our Jay Jagannath Group Team Trying To Ex-Plane Jagannath Temple Premises Step By Step And It’s Related Topic In Simple Oriya, English & Bengali Language. 



---:::: Who is Hindu /ସଂକ୍ଷେପରେ ହିନ୍ଦୁ ଧର୍ମ  ::::---

All About Lord Of Universe and his temple,PURI.
Pravhu     BALARAM   as (sanhara karta)
Mata       SUBHADRA   as (sristhi karta) 
Prabhu   JAGANNATH  as (Palan karta)

ହିନ୍ଦୁ କିଏ?
ଆମେ ଏପରି ଏକ ସମୟ ଦେଇ ଗତି କରୁଛେ ଯେତେବେଳେ କି ସାମ୍ପ୍ରତିକ ପରିସ୍ଥିତି ଓ ସମାଜ ଜଣେ ହିନ୍ଦୁଠାରୁ ଆଶା ରଖୁଛି କି ସେ ନିଜକୁ ହିନ୍ଦୁ ବା ହିନ୍ଦୁ ଜାତୀୟତାବାଦୀ ବୋଲି ନ କହି "ଧର୍ମନିରପେକ୍ଷ" ବୋଲି କହୁ । ଏବଂ ଅଧିକାଂଶ ହିନ୍ଦୁ ଏହି ଫାସରେ ପଡ଼ି ଏକ ହିନ୍ଦୁ ଭାବେ ନିଜର ପରିଚୟ ଦେବାକୁ ଅନେକ ସମୟରେ କୁଣ୍ଠାବୋଧ ମଧ୍ୟ କରୁଛନ୍ତି । ତେବେ ଏହି ହିନ୍ଦୁ ଶବ୍ଦର ଆକ୍ଷରିକ ଅର୍ଥ ବା ପରିଭାଷା କଣ, ତାହା ଅନ୍ୟ ଧର୍ମାବଲମ୍ବୀମାନେ କଣ, ସ୍ୱୟଂ ଅଧିକାଂଶ ହିନ୍ଦୁ ମଧ୍ୟ ଜାଣି ନ ଥିବେ । ଏବଂ ଯେତେବେଳେ ସେମାନେ ଏହାର ପ୍ରକୃତ ଅର୍ଥ ସମ୍ବନ୍ଧରେ ଅବଗତ ହେବେ ଏବଂ ଜାଣିବେ ଯେ "ହିନ୍ଦୁ"ର ଏକ ପରିଭାଷା ମଧ୍ୟ ହେଉଛି "ଯେ ସମସ୍ତ ଧର୍ମକୁ ଭଲ ପାଏ", ସେତେବେଳେ କୁଣ୍ଠାବୋଧ ତ ଦୂରର କଥା, ନିଶ୍ଚିତ ଭାବେ ଗର୍ଵର ସହିତ କହିବେ ଯେ - "ମୁଁ ଜଣେ ହିନ୍ଦୁ" । ଆସନ୍ତୁ ତେବେ ଜାଣିବା ଏହି "ହିନ୍ଦୁ" ଶବ୍ଦର ଅର୍ଥ ସମ୍ବନ୍ଧରେ ।
ଯଦିଓ ଏହି ଶବ୍ଦର ପରିଭାଷା ଅତ୍ୟନ୍ତ ବ୍ୟାପକ, ତେବେ ସଂକ୍ଷେପରେ ସେ ସମ୍ବନ୍ଧରେ କିଞ୍ଚିତ ଆଲୋଚନା କରିବା । ବୈଦିକ ବାଙ୍ମୟରେ କିମ୍ବା ଅନ୍ୟାନ୍ୟ ପ୍ରାଚୀନ ଗ୍ରନ୍ଥାବଳୀରେ "ହିନ୍ଦୁ" ଶବ୍ଦର ଉଲ୍ଲେଖ ନାହିଁ । ସେଥିରେ ଏହାର ଏକ ପର୍ଯାୟବାଚୀ ଶବ୍ଦ "ଆର୍ଯ୍ୟ"ର ଉଲ୍ଲେଖ ରହିଛି ଯାହାର ଅର୍ଥ ହେଲା - ସଭ୍ୟ ବା ଶ୍ରେଷ୍ଠ ।
ଅମରକୋଶରେ ବର୍ଣ୍ଣିତ ଅଛି -
ମହାକୁଳକୁଳୀନାର୍ଯ୍ୟ ସଭ୍ୟ ସଜ୍ଜନ ସାଧବଃ ।
ଅର୍ଥାତ୍ - ଆର୍ଯ୍ୟ ଶବ୍ଦର ପ୍ରୟୋଗ ମହାନ କୁଳ, କୁଳୀନ, ସଭ୍ୟ, ସଜ୍ଜନ, ସାଧୁ ଆଦିଙ୍କ ନିମନ୍ତେ କରାଯାଇଥାଏ ।
ସେଥିପାଇଁ ପ୍ରାଚୀନ କାଳରେ ଭାରତକୁ "ଆର୍ଯ୍ୟାବର୍ତ୍ତ" ବା ଆର୍ଯ୍ୟମାନଙ୍କର ଭୂମି ବୋଲି କୁହାଯାଉଥିଲା ଯାହାକି ଶ୍ରେଷ୍ଠ ଜନଙ୍କର ନିବାସସ୍ଥାନକୁ ବୁଝାଉଥିଲା ଏବଂ ହିନ୍ଦୁମାନେ ନିଜକୁ "ଆର୍ଯ୍ୟପୁତ୍ର" ବା "ଆର୍ଯ୍ୟପତ୍ନୀ" ଭାବେ ସମ୍ବୋଧିତ କରୁଥିଲେ ।
ବିଶ୍ବାସ କରାଯାଏ ଯେ ପରବର୍ତ୍ତୀ ସମୟରେ ବ୍ୟବହୃତ "ହିନ୍ଦୁ" ଶବ୍ଦର ସମ୍ବନ୍ଧ ବୈଦେଶିକ ସଭ୍ୟତା ସହିତ ରହିଛି । ପ୍ରାଚୀନ କାଳରେ ସିନ୍ଧୁ ନଦୀ ଉପତ୍ୟକାରେ (ସପ୍ତ ସିନ୍ଧୁ ଯାହାକି ସିନ୍ଧୁ, ସରସ୍ୱତୀ, ଝେଲମ, ସତଲୁଜ, ବିପାଶା, ରାବୀ ଓ ଚେନାଵକୁ ବୁଝାଇଥାଏ) ବା ଏହାର ପୂର୍ବ ଦିଗରେ ବାସ କରୁଥିବା ଅଧିବାସୀଙ୍କୁ ସିନ୍ଧୁ ନଦୀର ପଶ୍ଚିମରେ ବାସ କରୁଥିବା ପାରସ୍ୟ ବା ପ୍ରାଚୀନ ଇରାନର ଅଧିବାସୀ ହିନ୍ଦୁ ବୋଲି କହୁଥିଲେ, କାରଣ ଆର୍ଯ୍ୟ ଭାଷାର "ସ" ଧ୍ଵନି ଇରାନୀୟ ବା ପାର୍ସୀ ଭାଷାରେ "ହ" ଧ୍ୱନିରେ ପରିବର୍ତିତ ବା ଉଚ୍ଚାରିତ ହୋଇଥାଏ । ଏଥିପାଇଁ ବୈଦିକ ବାଙ୍ମୟରେ ବର୍ଣ୍ଣିତ "ସପ୍ତ ସିନ୍ଧଵ" (ସାତ ନଦୀର ଭୂମି) ପାର୍ସୀ ଧର୍ମଗ୍ରନ୍ଥ ଜେଣ୍ଡ ଅବେସ୍ତାରେ "ହପ୍ତ ହିନ୍ଦୁ" ହୋଇଗଲା । ଏହି ପରିଭାଷାକୁ ପରବର୍ତ୍ତୀ ସମୟରେ ବୃହସ୍ପତି ନିଗମ (ପାଠାନ୍ତରରେ ଋଗବେଦର ବାର୍ହସ୍ପତ୍ୟ ସଂହିତା) ନାମକ ଗ୍ରନ୍ଥର ଏକ ଶ୍ଲୋକ ମାଧ୍ୟମରେ ପରିପ୍ରକାଶ କରାଯାଇଛି । ଯଥା -
ହିମାଳୟାତ୍ ସମାରଭ୍ୟ ଯାବତ୍ ଇନ୍ଦୁସରୋବରମ୍ ।
ତଂ ଦେବନିର୍ମିତଂ ଦେଶଂ ହିନ୍ଦୁସ୍ଥାନଂ ପ୍ରଚକ୍ଷତେ ।।
ଅର୍ଥାତ୍ - ହିମାଳୟ ଠାରୁ ଇନ୍ଦୁ ସରୋବର (ହିନ୍ଦ ମହାସାଗର) ପର୍ଯ୍ୟନ୍ତ ଦେବ ନିର୍ମିତ ଦେଶକୁ ହିନ୍ଦୁସ୍ଥାନ କୁହାଯାଏ ।
ଅନ୍ୟ କେତେକ ଇତିହାସକାର କୁହନ୍ତି ଯେ ଚୀନ ଦେଶର ପରିବ୍ରାଜକ ହୁଏନ ସାଂଙ୍କ ସମୟରେ "ହିନ୍ଦୁ" ଶବ୍ଦର ଉତ୍ପତ୍ତି "ଇନ୍ଦୁ" ଶବ୍ଦରୁ ହୋଇଥିଲା । "ଇନ୍ଦୁ" ଶବ୍ଦ ଚନ୍ଦ୍ରମାର ପର୍ଯ୍ୟାୟବାଚୀ ଶବ୍ଦ ଏବଂ ଭାରତୀୟ ଜ୍ୟୋତିଷ ଶାସ୍ତ୍ରରେ ସମସ୍ତ ଗଣନା ଚନ୍ଦ୍ର ମାସ ଅନୁଯାୟୀ ହୋଇଥାଏ । ଅତଃ ଚୀନ ଦେଶର ଲୋକମାନେ ଭାରତୀୟଙ୍କୁ "ଇନ୍ତୁ" ବା "ହିନ୍ଦୁ" ବୋଲି କହିବାକୁ ଲାଗିଲେ । ତେବେ ଏ ମତବାଦ ତର୍କ ସାପେକ୍ଷ ।
କାଳକ୍ରମେ ଭାରତୀୟମାନେ ଯେତେବେଳେ ହିନ୍ଦୁ ଭାବରେ ପରିଚିତ ହେବାକୁ ଲାଗିଲେ, ସେତେବେଳେ ଏହି ଶବ୍ଦର ପରିଭାଷା ମଧ୍ୟ ଆଧୁନିକ ସମୟର ବିଭିନ୍ନ ସଂସ୍କୃତ ଗ୍ରନ୍ଥରେ ତଥା ବିଦ୍ୱାନ ମାନଙ୍କ ଦ୍ୱାରା ଉଲ୍ଲିଖିତ ହେବାକୁ ଲାଗିଲା । ଯେପରିକି -
ଆସିନ୍ଧୋଃ ସିନ୍ଧୁପର୍ଯ୍ଯନ୍ତା ଯସ୍ଯ ଭାରତଭୂମିକା ।
ପିତୃଭୂଃ ପୁଣ୍ଯଭୂଶ୍ଚୈବ ସ ବୈ ହିନ୍ଦୁରିତି ସ୍ମୃତଃ ।।
[ଲୋକମାନ୍ୟ ତିଲକଙ୍କ ବର୍ଣ୍ଣନା ଅନୁଯାୟୀ]
ଅର୍ଥ- ସିନ୍ଧୁ ନଦୀର ଉତ୍ପତ୍ତି ସ୍ଥଳଠାରୁ ଆରମ୍ଭ କରି ଭାରତମହାସାଗର ପର୍ଯ୍ୟନ୍ତ ଯାହାର ଜନ୍ମଭୂମି ଓ ପୁଣ୍ଯଭୂମି ସେ ହିଁ ହିନ୍ଦୁ ।
ପୁନଶ୍ଚ -
ଗୋଷୁ ଭକ୍ତିର୍ଭବେଦ୍ଯସ୍ଯ ପ୍ରଣବେ ଚ ଦୃଢା ମତିଃ ।
ପୁନର୍ଜନ୍ମନି ବିଶ୍ବାସଃ ସ ବୈ ହିନ୍ଦୁରିତି ସ୍ମୃତଃ ।। (ଅଜ୍ଞାତ ଉତ୍ସ)
ଅର୍ଥ - ଯାହାର ଗୋମାତା ଠାରେ ଭକ୍ତି, ପ୍ରଣବରେ ଦୃଢମତି ଓ ପୁନର୍ଜନ୍ମରେ ବିଶ୍ବାସ ଥାଏ, ସେ ହିଁ ହିନ୍ଦୁ ।
ଯୋ ବର୍ଣ୍ଣାଶ୍ରମ ନିଷ୍ଠାବାନ୍ ଗୋଭକ୍ତ ଶ୍ରୁତିମାତୃକଃ ।
ମୂର୍ତିଂ ଚ ନାବଜାନାତି ସର୍ବଧର୍ମ ସମାଦରଃ ।।
ଉତ୍ପ୍ରେକ୍ଷତେ ପୁନର୍ଜନ୍ମ ତସ୍ମାନ୍ମୋକ୍ଷଣମୀହତେ ।
ଭୂତାନୁକୂଲ୍ଯଂ ଭଜତେ ସ ବୈ ହିନ୍ଦୁରିତି ସ୍ମୃତଃ ।।
[ଆଚାର୍ଯ୍ୟ ଵିନୋବା ଭାବେଙ୍କ ବର୍ଣ୍ଣନା ଅନୁଯାୟୀ]
ଅର୍ଥ - ବର୍ଣ୍ଣାଶ୍ରମବ୍ଯବସ୍ଥାରେ ଯାହାର ନିଷ୍ଠା, ଯିଏ ଗୋଭକ୍ତ, ବେଦମାତାର ଉପାସକ, ମୂର୍ତ୍ତିପୂଜାକୁ ଅବଜ୍ଞା କରେ ନାହିଁ, ସମସ୍ତ ଧର୍ମକୁ ଭଲପାଏ, ପୁନର୍ଜନ୍ମକୁ ଉପେକ୍ଷା କରି ମୋକ୍ଷକୁ ଅପେକ୍ଷା କରେ ଓ ସଂସାରର କଲ୍ଯାଣ କାମନା କରେ, ସେ ହିଁ ହିନ୍ଦୁ ।
ହିଂସୟା ଦୂୟତେ ଚିତ୍ତଂ ତେନ ହିନ୍ଦୁରିତୀରିତଃ ।।
[ଆଚାର୍ଯ୍ୟ ଵିନୋବା ଭାବେଙ୍କ ବର୍ଣ୍ଣନା ଅନୁଯାୟୀ]
ଅର୍ଥାତ୍ - ହିଂସାତ୍ମକ କାର୍ଯ୍ୟ ଦ୍ବାରା ଯାହାର ଦୁଃଖ ଉତ୍ପନ୍ନ ହୁଏ, ସେ ହିଁ ହିନ୍ଦୁ ।
"ହିନ୍ଦୁ" ଶବ୍ଦର ଏହି ପରିଭାଷା ଗୁଡିକ ଯଦିଓ ସାମଗ୍ରୀକ ଭାବେ ଏହି ଶବ୍ଦର ଅର୍ଥଟିକୁ ପ୍ରକାଶ କରିବାରେ ସହାୟକ ହୋଇଥାନ୍ତି, ତେବେ ଉଲ୍ଲେଖଯୋଗ୍ୟ ଯେ ଭାରତବର୍ଷରେ ଏପରି ଅନେକ ସମ୍ପ୍ରଦାୟ ରହିଛନ୍ତି ଯେଉଁମାନେ କି "ହିନ୍ଦୁ" ଭାବେ ପରିଗଣିତ, ମାତ୍ର ଉପରୋକ୍ତ ସମସ୍ତ ବର୍ଣ୍ଣନା ଅନୁଯାୟୀ ସେମାନେ ହୁଏତ ନିଜକୁ "ହିନ୍ଦୁ" ଭାବେ ପ୍ରତିପାଦିତ କରିବାକୁ ଅସମର୍ଥ ହେବେ । ସେହି ସମ୍ପ୍ରଦାୟ ଗୁଡିକ ମଧ୍ୟରୁ କେତୋଟି ହେଲା - ଲିଙ୍ଗାୟତ, ବୀରା ଶୈବ, ସାନ୍ଥାଳ ମାନଙ୍କ ପରି ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ଇତ୍ୟାଦି । ଯଦିଓ ଏହି ସବୁ ସମ୍ପ୍ରଦାୟର ଅନୁଗାମୀ ମାନେ ସାଧାରଣତଃ ହିନ୍ଦୁ ଭାବେ ପରିଗଣିତ, ତେବେ ଧାର୍ମିକ ଏବଂ ସାମାଜିକ ଜୀବନଶୈଳୀକୁ ନେଇ ସେମାନଙ୍କର ନିଜସ୍ଵ ସ୍ୱାତନ୍ତ୍ର୍ୟ ରହିଛି । ତେଣୁ ପୁନଶ୍ଚ ମନରେ ପ୍ରଶ୍ନ ଆସେ ଯେ "ହିନ୍ଦୁ" କିଏ?
ଏ ସମ୍ପର୍କରେ ଆମର ସମ୍ବିଧାନ ବା ଆଇନ ମଧ୍ୟ ସଠିକ ନିର୍ଦ୍ଧାରଣ କରିପାରିନାହିଁ । "ହିନ୍ଦୁ"ର ପରିଭାଷା ସମ୍ବନ୍ଧରେ ସେମାନେ କୁହନ୍ତି ଯେ - ଯେଉଁମାନେ ମୁସଲମାନ, ଖ୍ରୀଷ୍ଟିୟାନ, ପାର୍ସୀ, ଜିଉ ଇତ୍ୟାଦି ନୁହଁନ୍ତି, ଏବଂ ଯେଉଁମାନେ ଅନ୍ୟ କୌଣସି ଧର୍ମର ଆଚରଣ ବିଧି ଦ୍ୱାରା ପରିଚାଳିତ ନୁହଁନ୍ତି, ସେମାନେ ହିନ୍ଦୁ (ଶିଖ, ବୌଦ୍ଧ ତଥା ଜୈନ ଧର୍ମାବଲମ୍ବୀମାନଙ୍କୁ ମଧ୍ୟ ହିନ୍ଦୁ ଶବ୍ଦର ପରିଭାଷାରେ ଅନ୍ତର୍ଭୁକ୍ତ କରାଯାଇଛି)। ଏ ପରିଭାଷାକୁ ଉପନିଷଦର ବ୍ରହ୍ମ ସମ୍ବନ୍ଧରେ "ନେତି ନେତି" ପରିଭାଷା ସହିତ ତୁଳନା କରାଯାଇପାରେ, ଯେଉଁଥିରେ କୁହାଯାଇଛି ଯେ "ବ୍ରହ୍ମ ଏହା ନୁହେଁ, ଏହା ନୁହେଁ" (ସେହିପରି ହିନ୍ଦୁ ଏହା ନୁହେଁ, ଏହା ନୁହେଁ) । ଅତଏବ ବ୍ରହ୍ମ ଶବ୍ଦ ଯେପରି ଅବର୍ଣ୍ଣନୀୟ, ହିନ୍ଦୁ ଶବ୍ଦ ମଧ୍ୟ ସେପରି ଅବର୍ଣ୍ଣନୀୟ । ଏହାକୁ କେବଳ ମାତ୍ର ଅନୁଭବ ଦ୍ୱାରା ବୁଝାଯାଇପାରେ ଏବଂ ଏହି ଅନୁଭବସିଦ୍ଧ ଜ୍ଞାନ ବା ଉପଲବ୍ଧି ଆସିଥାଏ ଆମ ପ୍ରାଚୀନ ପରମ୍ପରାରୁ । ଏବଂ ଆମ ପରମ୍ପରା ଅନୁଯାୟୀ "ହିନ୍ଦୁ"ର ପରିଭାଷାକୁ ବୁଝିବାକୁ ହେଲେ ନିମ୍ନୋକ୍ତ ଶ୍ଲୋକଗୁଡିକର ସହାୟତା ନିଆଯାଇପାରେ ଯାହାକି ହିନ୍ଦୁ ଶବ୍ଦର ମୂଳ ପର୍ଯ୍ୟାୟବାଚୀ ଶବ୍ଦ "ଆର୍ଯ୍ୟ"କୁ ବ୍ୟାଖ୍ୟା କରିଥାଏ ।
ସତ୍ୟଂ ବଦ ଧର୍ମଂ ଚର । (ତୈତ୍ତିରୀୟ ଉପନିଷଦ)
ଅର୍ଥାତ୍ - ସତ୍ୟ କୁହ ଏବଂ ଧର୍ମ ଆଚରଣ କର । [ଆଚରଣ ଅନୁସାରେ ଜଣେ ଆର୍ଯ୍ୟ ବା ହିନ୍ଦୁ ହୋଇଥାଏ ।]
କର୍ତ୍ତବ୍ୟମ୍ ଆଚରନ୍ କାମମ୍ ଅକର୍ତ୍ତବ୍ୟମ୍ ଅନାଚରନ୍ ।
ତିଷ୍ଠତି ପ୍ରକୃତାଚାରେ ଯଃ ସଃ ଆର୍ଯ୍ୟ ଇତି ସ୍ମୃତଃ ।।
ଅର୍ଥାତ୍ - ଯେ ଅନାଚରଣୀୟ କର୍ମକୁ ପାଳନ ନକରି ଆଚରଣୀୟ କର୍ତ୍ତବ୍ୟକର୍ମର ପାଳନ ପ୍ରାକୃତ ସ୍ଥିତିରେ ରହି କରିଥାନ୍ତି, ତାଙ୍କୁ ଆର୍ଯ୍ୟ କୁହାଯାଏ ।
ଏବଂ ଏହି କର୍ତ୍ତବ୍ୟକର୍ମ, ଆର୍ଯ୍ୟ ଧର୍ମ ବା ସନାତନ ଧର୍ମ (ଯାହାକୁ ଆମେ ହିନ୍ଦୁ ଧର୍ମ ବୋଲି କହୁଛୁ)ର ଉପଦେଶ ଅନୁସାରେ ସମ୍ପାଦିତ ହୋଇଥାଏ । ତେଣୁ "ହିନ୍ଦୁ" ଶବ୍ଦର ଅର୍ଥ ବୁଝିବାକୁ ହେଲେ ପ୍ରଥମେ ଆମକୁ ସନାତନ ଧର୍ମର ଅର୍ଥ ବୁଝିବାକୁ ହେବ । ଯେ ସନାତନ ଧର୍ମର ଉପଦେଶ ଅନୁଯାୟୀ ଆଚରଣ କରିଥାଏ, ସେହିଁ ହିନ୍ଦୁ । ସନାତନ ଧର୍ମ ଏବଂ ତାହାର ଉପଦେଶ ଗୁଡିକ କଣ, ତାହା ପରବର୍ତ୍ତୀ ଆଲେଖ୍ୟଟିରେ ସଂକ୍ଷେପରେ ଆଲୋଚନା କରିବା । ସେତେବେଳ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ । ଧନ୍ୟବାଦ । ଜୟ ଜଗନ୍ନାଥ !

Who is Hindu? ହିନ୍ଦୁ କିଏ?
jayjagannathgroup.com

---:::: Who is Hindu/ ସଂକ୍ଷେପରେ ହିନ୍ଦୁ ଧର୍ମ  ::::---

 Who is Hindu?
 We are going through a time when the current situation and society expects a Hindu to call himself a "secularist" without calling himself a Hindu or a Hindu nationalist.  And most Hindus are often reluctant to identify themselves as Hindus.  So what are the literal meanings or meanings of this Hindu word, what are the other religions, most Hindus themselves do not know.  And when they learn about the true meaning of life, and know that "Hinduism" is a definition of "love for all religions," then far from being reluctant to say, "I'm a Hindu."  Let's find out now from the meaning of the word "Hindu".
 Although the definition of the word is very broad, let us briefly discuss it.  The word "Hindu" is not mentioned in the Vedic script or in other ancient texts.  It mentions a phonetic word "Arya" which means - civilized or superior.
 Described in the immortal cell -
 Sajjan Sadhav, a great civilized member.
 That is to say, the word Arya is used for great clans, nobles, civilizations, gentlemen, saints, and so on.
 In ancient times, India was called the "Aryabharta" or the land of the Aryans, which meant the abode of the best people, and the Hindus referred to themselves as the "Aryaputra" or "Aryapati".
 It is believed that the word "Hindu" used later has to do with foreign civilization.  In ancient times the Indus Valley Valley (the seventh Indus, which means Indus, Saraswati, Jhelum, Satluj, Bipasha, Rabi, and Chenav), or the people living on its eastern side, were inhabited by Persians or ancient Iranians living west of the Indus River.  The "sound" is pronounced or pronounced in Iranian or Persian.  For this reason, the Persian scripture Zend Avesta, described in the Vedic Bamya as the "Seven Sindhavas" (the land of the seven rivers), became "Haptah Hindus".  The definition was later revealed in a passage in the book Jupiter Corporation (the Rhetoric of the Jupiter).  E.g.
 Indusarovaram is still in the Himalayas.
 Thang Devanirmitam Deshang Hindustanam Prachakshate.
 That is to say, the country built by the gods from the Himalayas to the Indus Sarobar (Indian Ocean) is called Hindustan.
 Some other historians say that the word "Hindu" originated from the word "Hindu" in the time of Huang Sang, a Chinese traveler.  The word "Indu" is a phonetic word for the moon and all calculations in Indian astrology are based on the lunar month.  Therefore, the people of China began to call Indians "Indus" or "Hindus".  So this theory is debatable.
 Over time, when Indians became known as Hindus, the meaning of the word was also used in various Sanskrit texts of modern times and by scholars.  Such as -
 Asindho: The role of Yasya Bharat Bhavya up to the Indus.
 In memory of the patriarch Punyabhuschaiva Sa Bai Hinduriti.
 [According to Lokmanya Tilak]
 Meaning - From the source of the Indus River to the Indian Ocean, the birthplace and sanctuary is Hindu.
 Again -
 Gosu bhaktirbhavedyasya pranabe cha firmly mind.
 Reincarnation is a memory of Hinduism.  (Unknown source)
 Meaning - the one who has faith in Gomata, devotion, perseverance and rebirth, is a Hindu.
 Yo Barnashram is a devout cowherd.
 Murting cha nabjanati sarvadharma samadarah.
 In the aftermath of the rebirth, Tasmanian liberation.
 Bhutanukulyam bhajate sa bai hinduriti smritha.
 [According to Acharya Vinoba Babe]
 Meaning - In Hinduism, the devotee, who is a devotee, a worshiper of the Vedas, who does not disregard idolatry, loves all religions, ignores rebirth, waits for salvation, and seeks the welfare of the world, is a Hindu.
 In the face of violence, the mind is three-fold.
 [According to Acharya Vinoba Babe]
 That is to say, the Hindus who suffer from the violence are the Hindus.
 Although these definitions of the word "Hindu" help to express the meaning of the word as a whole, it is noteworthy that there are many communities in India that are considered "Hindu", but according to all the above descriptions, they may not be able to identify themselves as "Hindu".  .  How many of those communities were there - various tribal communities like Lingayat, Veera Shaiva, Santhal etc.  Although followers of all these communities are generally considered to be Hindus, they have their own independence in terms of religious and social lifestyles.  So again, the question is, who is "Hindu"?
 Neither our constitution nor our laws have been properly defined in this regard.  Regarding the definition of "Hindu", they say that those who are not Muslims, Christians, Persians, Jews, etc., and who are not governed by the rules of any other religion, are Hindus (Sikhs, Buddhists and Jains) as well.  This definition can be compared to the meaning of the Upanishads in relation to the spirit of "Neti Neti", which states that "Brahma is not this, this is not it" (just as Hindu is not, it is not).  Therefore, the word "Brahma" is as indescribable as the word "Hindu".  This can only be explained by experience, and this sensible knowledge or achievement comes from our ancient tradition.  And according to our tradition, the following verses can be used to understand the definition of "Hindu" which defines the original phonetic word "Hindu".
 The truth is bad religion.  (Theoretical Upanishads)
 That is, tell the truth and practice religion.  [According to conduct, one becomes an Aryan or a Hindu.]
 Duty Acharan Kamam Akartavyam Anacharan.
 In the nature of Tishtati, Yah Sau Arya is very memorable.
 That is to say, he who is in a state of non-observance of unethical acts is called a Aryan.
 And this duty is performed according to the teachings of Arya Dharma or Sanatan Dharma (which we call Hinduism).  So in order to understand the meaning of the word "Hindu", we must first understand the meaning of the traditional religion.  He who practices according to the teachings of the traditional religion is a Hindu.  The next article will briefly discuss what traditional religion is and what its teachings are.  Say goodbye until then.  Thank you.  Jai Jagannath!



---:::: Who is Hindu /ସଂକ୍ଷେପରେ ହିନ୍ଦୁ ଧର୍ମ /সংক্ষেপে হিন্দু ধর্ম   ::::---

 হিন্দু কে?

 আমরা এমন এক সময়ের মধ্য দিয়ে যাচ্ছি যখন বর্তমান পরিস্থিতি এবং সমাজ প্রত্যাশা করে যে কোনও হিন্দু নিজেকে হিন্দু বা হিন্দু জাতীয়তাবাদী না বলে নিজেকে "ধর্মনিরপেক্ষতাবাদী" বলবে।  এবং বেশিরভাগ হিন্দু প্রায়শই নিজেকে হিন্দু হিসাবে পরিচয় দিতে নারাজ।  সুতরাং এই হিন্দু শব্দের আক্ষরিক অর্থ বা অর্থ কী, অন্যান্য ধর্মগুলি কী, বেশিরভাগ হিন্দু নিজেও জানেন না।  এবং যখন তারা জীবনের আসল অর্থ সম্পর্কে জানবে এবং জানবে যে "হিন্দু ধর্ম" "" সমস্ত ধর্মের প্রতি ভালবাসার "একটি সংজ্ঞা, তখন" আমি একজন হিন্দু "বলতে অনিচ্ছুক হওয়া থেকে দূরে।  আসুন এখন "হিন্দু" শব্দের অর্থ থেকে সন্ধান করি।
 যদিও শব্দের সংজ্ঞাটি খুব বিস্তৃত, আসুন আমরা এটি সংক্ষেপে আলোচনা করি।  "হিন্দু" শব্দটির উল্লেখ বৈদিক লিপিতে বা অন্যান্য প্রাচীন গ্রন্থে নেই।  এটি একটি ফোনেটিক শব্দের "আর্য" উল্লেখ করেছে যার অর্থ - সভ্য বা উচ্চতর।
 অমর কক্ষে বর্ণিত -
 মহা সভ্য সদস্য সৃজন সাধভ।
 এটি বলতে গেলে, আর্য শব্দটি মহান বংশ, সম্ভ্রান্ত, সভ্যতা, ভদ্রলোক, সাধু, ইত্যাদি জন্য ব্যবহৃত হয়।
 প্রাচীনকালে ভারতকে "আর্যভরত" বা আর্যদের ভূমি বলা হত, যার অর্থ সেরা লোকদের আবাস ছিল এবং হিন্দুরা নিজেকে "আর্যপুত্র" বা "আর্যপতি" বলে অভিহিত করত।
 এটা বিশ্বাস করা হয় যে পরে "হিন্দু" শব্দটি ব্যবহৃত হয়েছিল বিদেশী সভ্যতার সাথে।  প্রাচীনকালে সিন্ধু উপত্যকা উপত্যকা (সপ্তম সিন্ধু, যার অর্থ সিন্ধু, সরস্বতী, ঝিলাম, সাতলুজ, বিপাশা, রাবি এবং চেনাভ) বা এর পূর্ব পার্শ্বে বসবাসকারী লোকেরা সিন্ধু নদীর পশ্চিমে বসবাসকারী পার্সিয়ান বা প্রাচীন ইরানীদের বাস করত।  "শব্দ" উচ্চারণ বা উচ্চারণ ইরানী বা ফার্সি ভাষায় হয়।  এ কারণে বৈদিক বামায় "সাত সিন্ধবস" (সাতটি নদীর জমি) হিসাবে বর্ণিত পার্সিয়ান ধর্মগ্রন্থ জেনড আবেস্তা "হপ্তা হিন্দু" হয়ে ওঠেন।  সংজ্ঞাটি পরে বৃহস্পতি কর্পোরেশন (বৃহস্পতির বক্তৃতা) বইয়ের একটি উত্তরণে প্রকাশিত হয়েছিল।  যথা -
 ইন্দাসারোরাম তখনও হিমালয়ে রয়েছে।
 থাং দেভানির্মিতম দেশং হিন্দুস্তানম প্রক্ষতে।
 বলা যেতে পারে, হিমালয় থেকে সিন্ধু সরোবর (ভারত মহাসাগর) পর্যন্ত দেবতাদের দ্বারা নির্মিত দেশটিকে হিন্দুস্তান বলা হয়।
 আরও কিছু historতিহাসিক বলেছেন যে "হিন্দু" শব্দটির উৎপত্তি চীনা ভ্রমণকারী হুয়ান সং এর সময়ে "হিন্দু" শব্দ থেকে হয়েছিল।  "ইন্দু" শব্দটি চাঁদের জন্য একটি স্বরগত শব্দ এবং ভারতীয় জ্যোতিষশাস্ত্রে সমস্ত গণনা চন্দ্র মাসের উপর ভিত্তি করে।  তাই, চিনের লোকেরা ভারতীয়দের "সিন্ধু" বা "হিন্দু" বলতে শুরু করেছিল।  সুতরাং এই তত্ত্বটি বিতর্কযোগ্য।
 সময়ের সাথে সাথে, ভারতীয়রা যখন হিন্দু হিসাবে পরিচিতি লাভ করেছিল, তখন শব্দের অর্থটি আধুনিক সময়ের বিভিন্ন সংস্কৃত গ্রন্থে এবং পণ্ডিতদের দ্বারাও ব্যবহৃত হয়েছিল।  যেমন -
 অসিন্ধো: সিন্ধু অবধি ইয়াস্য ভারত ভাব্যের ভূমিকা।
 পিতৃতন্ত্রের স্মৃতিতে পুণ্যভূষেভা সা বাই হিন্দুরীতি।
 [লোকমান্য তিলকের মতে]
 অর্থ - সিন্ধু নদীর উত্স থেকে ভারত মহাসাগর পর্যন্ত জন্মস্থান এবং অভয়ারণ্য হিন্দু is
 আবার -
 গোসু ভক্তির্ববেদস্য প্রনবে চ দৃly় মন।
 পুনর্জন্ম হিন্দু ধর্মের একটি স্মৃতি।  (অজানা উত্স)
 অর্থ - যিনি গোমাতা, ভক্তি, অধ্যবসায় এবং পুনর্জন্মের প্রতি বিশ্বাস রাখেন তিনি হিন্দু।
 ইয়ো বার্নাশ্রম এক ধর্মাবলম্বী কাপুরুষ is
 মারে চ নজ্ঞানতি সর্বধর্ম সমারঃ।
 পুনর্জন্মের পরে তাসমানিয় মুক্তি।
 ভুটানুকুল্যম ভজতে সা বৌ হিন্দুরীতি স্মৃতি।
 [আচার্য বিনোবা বাবে মতে]
 অর্থ - হিন্দু ধর্মে ভক্ত, যিনি একজন ভক্ত, বেদের উপাসক, যারা মূর্তিপূজা উপেক্ষা করেন না, সমস্ত ধর্মকে ভালবাসেন, পুনর্জন্মকে উপেক্ষা করেন, পরিত্রাণের অপেক্ষায় থাকেন এবং সংসারের কল্যাণ কামনা করেন, তিনি হিন্দু।
 সহিংসতার মুখে মনটি তিনগুণ।
 [আচার্য বিনোবা বাবে মতে]
 বলা চলে, যে হিন্দুরা সহিংসতায় ভোগেন তারা হলেন হিন্দুরা।
 যদিও "হিন্দু" শব্দের এই সংজ্ঞাগুলি সামগ্রিকভাবে শব্দের অর্থ প্রকাশ করতে সহায়তা করে, তবে এটি লক্ষণীয় যে ভারতে বহু সম্প্রদায় রয়েছে যা "হিন্দু" হিসাবে বিবেচিত হয়, তবে উপরের সমস্ত বর্ণনানুযায়ী তারা "হিন্দু" হিসাবে নিজেকে চিহ্নিত করতে সক্ষম হতে পারে না।  ।  এই সম্প্রদায়ের মধ্যে কতটি ছিল - লিঙ্গায়াত, বীরা শৈভা, সান্থাল ইত্যাদি বিভিন্ন উপজাতি সম্প্রদায়  যদিও এই সমস্ত সম্প্রদায়ের অনুসারীরা সাধারণত হিন্দু হিসাবে বিবেচিত হয়, তবে ধর্মীয় এবং সামাজিক জীবনধারার দিক থেকে তাদের নিজস্ব স্বাধীনতা রয়েছে have  তাহলে আবার প্রশ্ন, ‘হিন্দু’ কে?
 আমাদের সংবিধান বা আমাদের আইনগুলিও এ বিষয়ে সঠিকভাবে সংজ্ঞায়িত হয়নি।  "হিন্দু" সংজ্ঞা সম্পর্কে তারা বলেছে যে যারা মুসলমান, খ্রিস্টান, পার্সিয়ান, ইহুদি ইত্যাদি নয় এবং যারা অন্য কোন ধর্মের বিধি দ্বারা পরিচালিত হয় না তারা হিন্দুও (শিখ, বৌদ্ধ এবং জৈন)।  এই সংজ্ঞাটি "নেটি নেটি" র চেতনার সাথে সম্পর্কিত উপনিষদের অর্থের সাথে তুলনা করা যেতে পারে, যা বলে যে "ব্রহ্মা এটি নন, এটি এটি নয়" (হিন্দু যেমন নেই, তেমনও নয়)।  সুতরাং, "ব্রহ্ম" শব্দটি "হিন্দু" শব্দের মতোই অবর্ণনীয়।  এটি কেবল অভিজ্ঞতার মাধ্যমে ব্যাখ্যা করা যায় এবং এই বুদ্ধিমান জ্ঞান বা অর্জনটি আমাদের প্রাচীন traditionতিহ্য থেকে আসে from  এবং আমাদের traditionতিহ্য অনুসারে, নিম্নলিখিত শব্দগুলিতে "হিন্দু" সংজ্ঞাটি বোঝার জন্য ব্যবহার করা যেতে পারে যা মূল শব্দটি "হিন্দু" শব্দটির সংজ্ঞা দেয়।
 সত্যটি খারাপ ধর্ম।  (তাত্ত্বিক উপনিষদ)
 অর্থাৎ সত্য বলুন এবং ধর্ম চর্চা করুন।  [আচরণ অনুসারে, একজন আর্য বা হিন্দু হন।]
 কর্তব্য আচারন কামম আখতার্ব্যম্ আনাচরণ।
 তিশতীর প্রকৃতিতে ইয়াহু সৌ আর্য অত্যন্ত স্মরণীয়।
 এর অর্থ, যিনি অনৈতিক কাজকর্ম অবলম্বন অবস্থায় আছেন তাকে আর্য বলা হয়।
 আর এই কর্তব্য আর্য ধর্ম বা সনাতন ধর্মের (যেমন আমরা হিন্দু ধর্ম বলে থাকি) শিক্ষা অনুসারে পালন করা হয়।  সুতরাং "হিন্দু" শব্দের অর্থ বুঝতে হলে আমাদের প্রথমে সনাতন ধর্মের অর্থ বুঝতে হবে।  তিনি যে সনাতন ধর্মের শিক্ষা অনুসারে অনুশীলন করেন তিনি হিন্দু।  পরের প্রবন্ধে সংক্ষেপে traditionalতিহ্যবাহী ধর্ম কী এবং এর শিক্ষা কী তা নিয়ে আলোচনা করা হবে।  ততক্ষণে বিদায় বলুন।  ধন্যবাদ  জয় জগন্নাথ!


PTO
::::: Gradually ::::
There is no camera are aloud in the jagannath temple so for this reason we can’t show you original pictures of goods but we capture outer side extreme beautiful picture for your enjoyment....and we mention exact location of temple ,so for when you go to temple you can see in your holy eyes and soul.

         I hope My blog visitor are happy to see original photo of " Jagannath Temple “ and genuine story Who is Hindu? ହିନ୍ଦୁ କିଏ? "  and some my dreaming story  which I am  trying to ex-plane in my simple language, 
if it is good to reading or  To find out more, please share,like,subscribe and visit our
www.jayjagannathgroup.com website, Face book-page, Face bookInstagramtwitter
All our devotees
suggest your friend to like this page or see our website (http://jayjagannathgroup.com/ ) and get lots of bleaching of lord JAGANNATH , what is sree Chaitanya Mahaprabhu do you are doing, spread the name of  Mahaprabhu ........
.....if you are think it's good site to get knowledge about lord JAGANNATH ,then keep responsibility of 100000 Like, Share & Subscribe 
::::
You can call us
 Astrology: -9776642015
Hotel book: -9776642016
Giving Puja: -9776642017
Inquiry / info: -9776642003
**********
Auspicious Product Shop
***********
Www.jayjagannathgroup.com
www.jayjagannath.com
***********
Message  Or Whats-app Us Name & Gotra In Your  Good & Bad Days For Giveing Phool, Tulshi & Pradip To Lord Tridab On Behalf Of You . FREE......
And Get the Member Ship In Our Page
Give me 5 stars Please share your valuable feedback for Jay Jagannath Group on Justdial. Rate us here:


Who is Hindu? ହିନ୍ଦୁ କିଏ? Who is Hindu? ହିନ୍ଦୁ କିଏ? Reviewed by Jay jagannath group on April 16, 2020 Rating: 5

No comments:

Powered by Blogger.